ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’, ୨୦ରୁ ଅଧିକ ଆହତ
ବର୍ଷାର ପରିମାଣ ମଧ୍ୟ ଅଧିକ ରହିଥିଲା।

ଓଏଲ୍ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ବାତ୍ୟା ପ୍ରଭାବରେ, ଗୁଜୁରାଟର ସୌରାଷ୍ଟ୍ର, କଚ୍ଛ, ମାଣ୍ଡୱି ସମେତ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ସାଂଗକୁ ଘଂଟା ପ୍ରତି ଶହେ କିଲୋମିଟର ପବନ ବହିଥିଲା। ସେହିପରି ବର୍ଷାର ପରିମାଣ ମଧ୍ୟ ଅଧିକ ରହିଥିଲା। ବାତ୍ୟାକୁ ନଜରରେ ରଖି, ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ, ବାତ୍ୟା ପ୍ରଭାବରେ ଧନଜୀବନ ପ୍ରଭାବିତ ହୋଇଥିବାବେଳେ ୨ଜଣଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ୨୪ପଶୁଙ୍କ ପ୍ରାଣହାନୀ ହୋଇଥିବାବେଳେ ୨୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେହିପରି ବାତ୍ୟା ପ୍ରଭାବିତ ଅଂଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଗୁଜରାଟର ପ୍ରାୟ ଏକ ହଜାର ଗାଁରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଛି।