Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ, ରେଡ୍‌ ସମୟରେ ଅଚଳାଚଳ ସଂପତ୍ତି ଠାବ

ସଂପତ୍ତି ପରିମାଣ ଆହୁରି ବଢ଼ିବା ସମ୍ଭାବନା ରହିଛି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ।

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କ ପାଖରୁ ଏଯାବତ ପାଇଥିବା ସଂପତ୍ତି ଦେଖି ତାଜୁବ୍ ହେଲା ଭିଜିଲାନ୍ସ। ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଭୁବନେଶ୍ବରରେ ୫ଟି ବଡ଼ କୋଠା, ଫାର୍ମ ହାଉସ୍, ମାର୍କେଟ କଂପ୍ଲେକ୍ସ। ଭୀମଟାଙ୍ଗିରେ ୨ ମହଲା ଓ ରାଜାରାଣୀ କଲୋନୀରେ ୩ ମହଲା କୋଠା ଠାବ।

ଏହା ସହ ଶିଶୁପାଳଗଡ଼ରେ ଗୋଟିଏ, ଲୁଇସ୍ ରୋଡ୍‌ରେ ଗୋଟିଏ କୋଠା। ରାଜାରାଣୀ କଲୋନୀରେ ଆଉ ଗୋଟିଏ ୩ ମହଲା କୋଠା ବି ଠାବ। ନିମାପଡ଼ାରେ ଫାର୍ମ ହାଉସ୍ ଓ ୧୦ଟି ଦୋକାନ ଥିବା ମାର୍କେଟ କଂପ୍ଲେକ୍ସ। ୬୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ହୋଣ୍ଡା କାର୍ ଓ ୨ଟି ବାଇକ୍ ଠାବ। ସଂପତ୍ତି ପରିମାଣ ଆହୁରି ବଢ଼ିବା ସମ୍ଭାବନା ରହିଛି।

ପୁରୀ ଓ ଭୁବନେଶ୍ୱରରେ ସମେତ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ କରାଯାଇଛି। ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନୀରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି। ଏହି ଚଢାଉରେ ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି।

Leave A Reply

Your email address will not be published.