Odisha Link
Bridging the Missing Links in Odisha

କଟକରେ ତନ୍ତ୍ର ସାଧନା ନାଁରେ ଠକେଇ: ଗିରଫ ହେଲେ କୈଫିକ ଖାନର ସହଯୋଗୀ

ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ

ଓଏଲ୍‌ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରି ଠକ ତାନ୍ତ୍ରିକ କୈଫିକ ଖାନର ବରିଷ୍ଠ ସହଯୋଗୀକୁ ଗିରଫ କରିଛି। ସହଯୋଗୀ ଅମିର ଖାନକୁ ଗିରଫ କରି କୋର୍ଟ ଚାଲାଣ କଲେ କଟକ ମଙ୍ଗଳା ବାଗ ଥାନା ପୁଲିସ।

ଖବର ଅନୁସାରେ,କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ତଦନ୍ତ କରିଥିଲା ପୁଲିସ। ଠକ ତାନ୍ତ୍ରିକ କୈଫିକ ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଥିଲା। କଟକ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ରହିଛି ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଥିଲେ। ସାଲେପୁର ପାଗା ନିକଟରେ ଠକ ତାନ୍ତ୍ରିକର ଜମି ମଧ୍ୟ ଠାବ କରାଯାଇଥିଲା।

ପୂର୍ବରୁ ଏହି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟରେ ସୂଚନା ଦେଇଥିଲେ ଯେ, ଠକେଇ କରିଥିବା ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଲୋକ ତାନ୍ତ୍ରିକ କୈଫିକ ଖାନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଥିଲେ କଟକ ଡିସିପି ପିନାକ ମିଶ୍ର।

Leave A Reply

Your email address will not be published.