ଆଜିଠୁ +୩ରେ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କିପରି କରିବେ ଫର୍ମପୂରଣ
ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଓଏଲ୍ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ସ୍ନାତକ(+୩) ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିବେ। ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ। ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ। ଏହାପରେ ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।
ଜୁଲାଇ ୪ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରି ପାରିବେ। ତେବେ ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.in ମାଧ୍ୟମରେ ପାଇ ପାରିବେ। +୩ ସହିତ ପିଲାମାନେ ଇଣ୍ଟିଗ୍ରେଟେଡ୍ ବିଇଡି ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପାଇଁ ଆବେଦନ କରିବେ। ଚଳିତ ବର୍ଷ +୩ରେ ୧୦୪୨ଟି ଶିକ୍ଷାନୁଷ୍ଠାନର ୨,୭୦,୩୪୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ।
ସେହିଭଳି ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା। ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା। ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।