ଅଡ଼ୁଆରେ ଚର୍ଚ୍ଚିତ ଗାୟକ, ସୌରିନଙ୍କୁ ଠାବ ପାଇଁ କଲିକତା ଯିବ ସ୍ୱତନ୍ତ୍ର ଟିମ୍
ସୌରିନଙ୍କୁ ଖୋଜିବାକୁ କୋଲକାତା ଯିବ ସ୍ୱତନ୍ତ୍ର ଟିମ୍ ଓ ସ୍ପେଶାଲ ସ୍କ୍ବାଡ

ଓଏଲ୍ ବ୍ୟୁରୋ: ବଲିଉଡ ଗାୟକ ସୌରୀନ ଭଟ୍ଟ ପାଇଁ ବଢିଲା ଅଡ଼ୁଆ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା। ସୌରୀନଙ୍କୁ ଠାବ ପାଇଁ ଟିମ୍ ଗଠିତ। ଠାବ ପରେ ଗିରଫ କରିବ କଟକ କମିଶନରେଟ ପୁଲିସ। ସୌରିନଙ୍କୁ ଖୋଜିବାକୁ କୋଲକାତା ଯିବ ସ୍ୱତନ୍ତ୍ର ଟିମ୍ ଓ ସ୍ପେଶାଲ ସ୍କ୍ବାଡ। ସୌରିନ ଭଟ୍ଟଙ୍କୁ ଠାବ ପାଇଁ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯିବ ପୁଲିସ। ତେବେ ଏନେଇ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।
ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା। କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ବଢ଼ିଛି ସୌରୀନଙ୍କ ଅଡୁଆ। ସୌରିନଙ୍କ ନାମରେ ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି। ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି କହିଛନ୍ତି ଜୋନ୍ ୨ ଏ.ସି.ପି ଅମିତାଭ ମହାପାତ୍ର।