Odisha Link
Bridging the Missing Links in Odisha

ବୃଦ୍ଧି ହେଲା +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟାର ଅବଧି, ଜାଣନ୍ତୁ ଶେଷ ତାରିଖ

ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୨୯ରୁ ଆରମ୍ଭ ହୋଇ ଗତକାଲି ଶେଷ ହୋଇଥିଲା +୨ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ୨୦ ପରିବର୍ତ୍ତେ ୨୬ ତାରିଖ ହେଉଛି +୨ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି।

ମେ ୨୯ରୁ ଆରମ୍ଭ ହୋଇ ଜୁନ୍ ୨୬ ଯାଏଁ ଆବେଦନ କରିବେ ଛାତ୍ରଛାତ୍ରୀ। ୨ ଜୁଲାଇ ପ୍ରକାଶ ପାଇବ ପ୍ରଥମ କଟ୍‌ ଅଫ ତାଲିକା। ୩ ଜୁଲାଇରୁ ୮ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଦ୍ୱିତୀୟ ମେଧା ତାଲିକା ୧୬ ଜୁଲାଇରେ ପ୍ରକାଶ ପାଇଁ ୧୯ ସୁଦ୍ଧା ନାମଲେଖା ହେବ। ୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି।

ଖବର ଅନୁସାରେ, ମେ ୧୮ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ। ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର। ଏପଟେ ଛାତ୍ରଙ୍କ ପାସ୍ ହାର ଅଛି ୯୫.୭୫ ପ୍ରତିଶତ। ତେବେ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି।

Leave A Reply

Your email address will not be published.