Odisha Link
Bridging the Missing Links in Odisha

ଅଡ଼ୁଆରେ ଚର୍ଚ୍ଚିତ ଗାୟକ, ସୌରିନଙ୍କୁ ଠାବ ପାଇଁ କଲିକତା ଗଲା ସ୍ୱତନ୍ତ୍ର ଟିମ୍

କମିଶନରେଟ୍ ପୁଲିସର ଗୋଟିଏ ଟିମ୍ କୋଲକାତା ଗଲା।

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ବଲିଉଡର ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା ଅଭିଯୋଗ ଆଣିଛନ୍ତି ଯୁବତୀ। ଏହି ମାମଲାରେ କୋଲକାତା ଗଲା ପୁଲିସ ଟିମ୍‌। କମିଶନରେଟ୍ ପୁଲିସର ଗୋଟିଏ ଟିମ୍ କୋଲକାତା ଗଲା। ଠାବ ପରେ ଗିରଫ କରିବ କଟକ କମିଶନରେଟ ପୁଲିସ। ସୌରିନ ଭଟ୍ଟଙ୍କୁ ଠାବ ପାଇଁ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯିବ ପୁଲିସ। ତେବେ ଏନେଇ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା ହୋଇଛି। କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ବଢ଼ିଛି ସୌରୀନଙ୍କ ଅଡୁଆ। ସୌରିନଙ୍କ ନାମରେ ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି। ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି କହିଛନ୍ତି ଜୋନ୍ ୨ ଏ.ସି.ପି ଅମିତାଭ ମହାପାତ୍ର।

Leave A Reply

Your email address will not be published.