Odisha Link
Bridging the Missing Links in Odisha

ଶିକାରୀ ଗୁଳିରେ ଫରେଷ୍ଟର ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଗିରଫ

ମୁଖ୍ୟ ଅଭିଯୁକ୍ତ ରମାଇ କଣ୍ଡିଆନ ସମେତ ୧୦ ଜଣଙ୍କୁ ଗିରଫ କଲା ପୁଲିସ।

ଓଏଲ୍‌ ବ୍ୟୁରୋ: ବାରିପଦାରେ ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ। ୧୦ ଶିକାରୀଙ୍କୁ ଗିରଫ କଲା ମୟୂରଭଞ୍ଜ ପୁଲିସ। ମୁଖ୍ୟ ଅଭିଯୁକ୍ତ ରମାଇ କଣ୍ଡିଆନ ସମେତ ୧୦ ଜଣଙ୍କୁ ଗିରଫ କଲା ପୁଲିସ।

ଖବର ଅନୁସାରେ, ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିଲା। ବାରାହକାମୁଡା ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।