Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର, ଏକକାଳୀନ ୩ଟି ସ୍ଥାନରେ ରେଡ୍

କାଲି ରାତିରେ ରେଞ୍ଜରଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଥିବା ଜଣେ ସରକାରୀ ଅଧିକାରୀଙ୍କ ଚର୍ଚ୍ଚା ନସରୁଣୁ ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଆଉ ଜଣେ ସରକାରୀ ବାବୁ ହେଉଛନ୍ତି ବ୍ରହ୍ମପୁର ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ପଟ୍ଟନାୟକ। କାଲି ରାତିରେ ରେଞ୍ଜରଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା। ଟଙ୍କା ଜବତ ହେବା ପରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରାଯାଇଛି। ରେଞ୍ଜରଙ୍କ ଦିଗପହଣ୍ଡି ସ୍ଥିତ ଅଫିସ୍ ଓ କ୍ୱାର୍ଟର୍ସରେ ଚଢାଉ ଜାରି କରିଛି ଭିଜିଲାନ୍ସ।

Leave A Reply

Your email address will not be published.