Odisha Link
Bridging the Missing Links in Odisha

୪ ବର୍ଷ କେବଳ ନିଜର ପ୍ରଚାର ପ୍ରସାର କରିଚାଲିଛନ୍ତି ସାଂସଦ: ଶ୍ରୀମୟୀ ମିଶ୍ର

କେବେ ହେବ କ୍ୟାପିଟାଲ ରିଜିଅନର ରିଙ୍ଗ ରୋଡ୍‌

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ପ୍ରଶାସନ କାହା ନିର୍ଦ୍ଦେଶରେ ଚାଲୁଛି ପ୍ରଶ୍ନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ପ୍ରଶ୍ନ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଶ୍ରୀମୟୀ ମିଶ୍ର।

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରୀମୟୀ ମିଶ୍ର ଟାର୍ଗେଟ କରି କହିଛନ୍ତି, କେବେ ହେବ କ୍ୟାପିଟାଲ ରିଜିଅନର ରିଙ୍ଗ ରୋଡ୍‌। ଭୁବନେଶ୍ବରରୁ ଖୋର୍ଦ୍ଧା ଯିବାକୁ ୨ ଘଣ୍ଟା ସମୟ ଲାଗୁଛି। କେବେ ସରିବ ଭୁବନେଶ୍ବର-ଖୋର୍ଦ୍ଧା ଏନଏଚ କାର୍ଯ୍ୟ। ଖୋର୍ଦ୍ଧା ବେଗୁନିଆ, ବୋଲଗଡ଼ରେ ନେଟୱାର୍କ ଆସୁନି। ଟେଲି କମ୍ୟୁନିକେସନ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ସାଂସଦ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ କାମ ଅଟକାଇବାକୁ ଉଦ୍ୟମ କରାଯାଉଛି। ୪ ବର୍ଷ କେବଳ ନିଜର ପ୍ରଚାର ପ୍ରସାର କରିଚାଲିଛନ୍ତି ସାଂସଦ। ଦିଲ୍ଲୀ ଦରବାରରେ ସମସ୍ୟା ନେଇ କେବେ ବି ଦାବି କରିନାହାନ୍ତି। ପ୍ରଶାସନ କାହା ନିର୍ଦ୍ଦେଶରେ ଚାଲୁଛି ପ୍ରଶ୍ନ କରିଥିଲେ ସାଂସଦ। କାଲି ସାଂସଦଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳିଯାଇଥିବା କହିଛି ଶାସକଦଳ।