Odisha Link
Bridging the Missing Links in Odisha

ମହଙ୍ଗା ମାଡ଼, ଆକାଶ ଛୁଆଁ ହେଲା ଟମାଟୋ ଦର

ଏଥର ଟିକେ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ।

ଓଏଲ୍‌ ବ୍ୟୁରୋ: ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼। ରାଜଧାନୀରେ ବଢୁଛି ପନିପରିବା ଦର। ହଠାତ୍ ଟମାଟୋ ଦର ହୋଇଛି ଆକାଶ ଛୁଆଁ। ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି। କଟକରେ ଟମାଟୋ ୭୦ରୁ ୮୦ ଟଙ୍କାରେ ମିଳୁଛି। ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ଖବର ଅନୁସାରେ, ଏଥର ଟିକେ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ। ମୌସୁମୀ ଆଗମନ ଡେରି କାରଣରୁ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି। ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ। ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ। ମୌସୁମୀ ପରେ ରାଜ୍ୟରେ ଅଚାନକ ଲଗାଣ ବର୍ଷା ମଧ୍ୟ ଏକ ପ୍ରକାଶ ଫସଲ ନଷ୍ଟର କାରଣ ସାଜିଛି।

Leave A Reply

Your email address will not be published.