Odisha Link
Bridging the Missing Links in Odisha

ରାଜନୀତି ନୁହେଁ ବରଂ ‘ଅଗ୍ନିବୀର’ରେ ସାମିଲ ହେଲେ ସାଂସଦ ରବି କିଶନଙ୍କ ଝିଅ

ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ।

ଓଏଲ୍‌ ବ୍ୟୁରୋ: ଦେଶ ସେବାରେ ସାମିଲ ହେଲେ ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା। ରାଜନୀତି ନୁହେଁ ବରଂ ଡିଫେନ୍ସ ଫୋର୍ସରେ ସାମିଲ ହେଲେ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା। ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି ରବି କିଶନ। ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ।

ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ। ଝିଅ ଅଗ୍ନିବୀରରେ ସାମିଲ ହେବା ପରେ ଟ୍ୱିଟରରେ ଏହି ଖବର ଜଣାଇଛନ୍ତି ରବି କିଶନ। ପ୍ରତି ଝିଅଙ୍କୁ ସେମାନଙ୍କ ଜୀବନର ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ ବୋଲି କିଶନ କହିଛନ୍ତି। ନିଜ ଝିଅ ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ ରବି କିଶନ ଖୁସି ବ୍ୟକ୍ତ କରିଛନ୍ତି।