Odisha Link
Bridging the Missing Links in Odisha

ରତ୍ନସିଂହାସନକୁ ଫେରୁଛନ୍ତି ଶ୍ରୀଜିଉ, ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ

ଶରଧାବାଲିରୁ ଯାଇ ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ

ଓଏଲ୍‌ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଫେରୁଛନ୍ତି ଶ୍ରୀଜିଉ। ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ଭକ୍ତାରଣ୍ୟ ଶରଧାବାଲି। ହୁଳହୁଳି ହରିବୋଲରେ କମ୍ପୁଛି ସାରା ପରିବେଶ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଫେରୁଛନ୍ତି ତିନି ଭାଇ ଭଉଣୀ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା। ଶରଧାବାଲିରୁ ଯାଇ ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ। ଏବେ ଗଡ଼ିଚାଲିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ।

ରଥଯାତ୍ରା ସମୟରେ ନୀତିରେ ହୋଇଥିବା ବିଭ୍ରାଟକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ଲକ୍ଷ୍ୟ ରଖା ଯାଇଥିବା ବେଳେ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଥିଲା। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହୋଇଥିଲେ। ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୁଲିସ୍ ପ୍ରଶାସନ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.