‘ବିଜେଡିର ସାଂସଦ ଓ ବିଧାୟକ ଅସହାୟ, ୫-ଟି ସଚିବଙ୍କ ସେବା କରୁଛନ୍ତି’
ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶବିଶେଷ
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କ ଗସ୍ତକୁ ବିଜେଡିର ଡିଫେଣ୍ଡକୁ ନେଇ ବିଜେପି ନେତା ମୋହନ ମାଝୀ କହିଛନ୍ତି, ସଙ୍କଟରେ ବିଜେଡି ଓ ସରକାର, ତେଣୁ କଥା ଏଡାଇବାକୁ ଚାହୁଁଛନ୍ତି।
ବିଜେଡି ସାଂସଦ ଓ ବିଧାୟକ ଅସହାୟ, ତେଣୁ ୫-ଟିଙ୍କ ଦାସତ୍ୱ ଗ୍ରହଣ କରିଛନ୍ତି। ଟିକେଟ କଟିବା ଓ ଜେଲ ଯିବା ଭୟରେ ୫-ଟି ସଚିବଙ୍କ ସେବା କରୁଛନ୍ତି। କେନ୍ଦ୍ରର ଚିଠିକୁ ଛୋଟ ଭାବିବା ମୁର୍ଖାମୀ ବୋଲି କହିଛନ୍ତି ବିଜେପି ନେତା ମୋହନ ମାଝୀ।
ଅନ୍ୟପଟେ, କ୍ଷମତା ହସ୍ତାନ୍ତର କରାଯାଇନି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କ୍ଷମତା ହସ୍ତାନ୍ତର ନୁହେଁ, କର୍ତ୍ତବ୍ୟ କରିବାକୁ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରର ଚିଠି ଏକ ସ୍ବାଭାବିକ ପ୍ରକ୍ରିୟା। ଆଗରୁ ମଧ୍ୟ ଏକାଧିକ ଥର ଏମିତି ହୋଇଛି। ଏହା ଶାସନ ବ୍ୟବସ୍ଥାର ଏକ ପ୍ରକ୍ରିୟା। ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶବିଶେଷ।
ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଏଥିରେ ଅସୁବିଧା କଣ। ମୁଖ୍ୟମନ୍ତ୍ରୀ ଶାସନର ମୁଖ୍ୟ, ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ତାଙ୍କ କାମ। ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନ ଥାଏ ସେମାନେ ଏହାକୁ ପ୍ରସଙ୍ଗ କରନ୍ତି।
ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଚିଠି ଦେଇଥିଲେ। ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି। ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରାଯାଇଥିଲା। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କରିଥିଲେ ଅଭିଯୋଗ। ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନ ଡ୍ରାଇଭ। ୨୪ ଜୁନରେ ଲିଖିତ ଅଭିଯୋଗ କରିଥିଲେ ଅପରାଜିତା। ଚିଠିରେ ସଂଲଗ୍ନ ଅଛି ଫଟୋ, ଭିଡିଓ, ସିଡି ଓ ପେନଡ୍ରାଇଭ। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁ ସଚିବଙ୍କ ଚିଠି ପରେ ଅପରାଜିତା ପ୍ରତିକ୍ରିୟା ରଖିଥିଲେ ଅପରାଜିତା।
ଟୁଇଟ୍ ଯୋଗେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ନେଇଛି। କଣ୍ଡକ୍ଟ ରୁଲ୍ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସିଏସ ଷ୍ଟେଟ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି, ଆକ୍ସନ ପାଇଁ ତାଙ୍କୁ କୁହାଯାଇଛି। ଆଶା କରୁଛୁ ଆଇନ ତା ବାଟରେ ଯିବ ଏବଂ ଓଡ଼ିଶା ଦେଖିବ ବୋଲି ରେଖିଛନ୍ତି ସାଂସଦ କହିଥିଲେ।