Odisha Link
Bridging the Missing Links in Odisha

ବନ୍ୟା ଆଶଙ୍କା! ବଢୁଛି ହୀରାକୁଦ ଜଳସ୍ତର

କଲମାର ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼

ଓଏଲ୍‌ ବ୍ୟୁରୋ: ଛତିଶଗଡ଼-ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳବିବାଦ। ଏହାରି ମଧ୍ୟରେ ଚଳିତ ମୌସୁମୀରେ ଛତିଶଗଡ଼ ପ୍ରଥମ କରି ଗତ ସପ୍ତାହରେ ମହାନଦୀରେ ପାଣି ଛାଡ଼ିଥିଲା। କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତମାନ କଲମା ବ୍ୟାରେଜରେ ଖୋଲିଲା ସମସ୍ତ ୬୬ ଗେଟ୍‌। ପ୍ରବଳ ବର୍ଷା ଯୋଗୁ କଲମାର ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼।

କଲମା ବ୍ୟତୀତ କଲୋ ନଦୀର ଲାଖା ଠାରେ ମଧ୍ୟ ପାଣି ଛାଡ଼ିଛି ଛତିଶଗଡ଼। କଲମା ବ୍ୟାରେଜ ଖୋଲିବା ପରେ ବଢୁଛି ହୀରାକୁଦ ଜଳସ୍ତର। ପ୍ରତି ସେକେଣ୍ଡରେ ହୀରାକୁଦକୁ ୧,୧୩,୬୭୮ ଘନଫୁଟ ଜଳ ପ୍ରବେଶ କରୁଛି। ଡ୍ୟାମ ମଧ୍ୟରୁ ସେକେଣ୍ଡକୁ ୩୦,୫୫୫ ଘନଫୁଟ ନିଷ୍କାସିତ। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୦୫.୧୫ ଫୁଟ।

ଖବର ଅନୁସାରେ, ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା-ଛତିଶଗଡ଼ ଗସ୍ତ କରିଥିଲେ। ମହାନଦୀ ଜଳ ସ୍ତର ସହ ସ୍ତିତି ନିରୀକ୍ଷଣ କରିବା ପାଇଁ ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ଛତିଶଗଡ଼ ପରେ ଓଡ଼ିଶା ଗସ୍ତ କରିଥିଲେ।

Leave A Reply

Your email address will not be published.