Odisha Link
Bridging the Missing Links in Odisha

‘ମୁଖ୍ୟ ସଚିବଙ୍କ ନୀରବତା ସୂଚାଉଛି ରାଜ୍ୟରେ ଶାସନ ବ୍ୟବସ୍ଥା ପଙ୍ଗୁ’

ମୁଖ୍ୟମନ୍ତ୍ରୀ ଆଉ କଣ ଜନପ୍ରତିନିଧିଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ପ୍ରେସମିଟ୍‌ରେ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ଟାର୍ଗେଟ୍। ମୁଖ୍ୟ ସଚିବ କାହିଁକି ଡିଓପିଟି ଚିଠିର ଉତ୍ତର ଦେଉନାହାନ୍ତି ପ୍ରଶ୍ନ କଲେ ସତ୍ୟବ୍ରତ ପଣ୍ଡା। ବିଜେଡି ବିଧାୟକ, ସାଂସଦ, ଜନପ୍ରତିନିଧି ଗୌଣ ହୋଇଗଲେ କି। ମୁଖ୍ୟମନ୍ତ୍ରୀ ଆଉ କଣ ଜନପ୍ରତିନିଧିଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟବ୍ରତ ପଣ୍ଡା।

ଏହା ସହ ସେ ଆହୁରୁ ମଧ୍ୟ କହିଛନ୍ତି, ଚୌକି ପକାଇବା ମନ୍ତ୍ରୀ ଓ ସାଂସଦଙ୍କ କାମ ବୋଲି ଲୋକେ କହୁଛନ୍ତି। ୫-ଟି ସଚିବଙ୍କ ପାଇଁ କେତେ ଲୋକ ଆଣିବେ, ନେତାଙ୍କୁ ଦାୟିତ୍ବ ଦିଆଯାଉଛି। ମୁଖ୍ୟ ସଚିବଙ୍କ ନୀରବତା ସୂଚାଉଛି ରାଜ୍ୟରେ ଶାସନ ବ୍ୟବସ୍ଥା ପଙ୍ଗୁ। ମୁଖ୍ୟ ସଚିବଙ୍କୁ ଚିଠି ମିଳିବା ପରେ ସାଧାରଣ ପ୍ରଶାସନ ସଚିବ ଚାପି ବସିଛନ୍ତି। ଏନେଇ ଡିଓପିଟିକୁ ୨ ଥର ଚିଠି ଲେଖିଥିଲେ। ଡିଓପିଟି ମଧ୍ୟ ଏନେଇ ୨ ଥର ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ବୋଲି ପ୍ରେସମିଟ୍‌ରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।