Odisha Link
Bridging the Missing Links in Odisha

ଶିମିଳିପାଳରେ ପୁଲିସ ପାଟ୍ରୋଲିଂ ଆରମ୍ଭ: ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ

ଆନ୍ଦୋଳନରୁ ଓହରିବାକୁ ପିସିସିଏଫ୍‌ ଅପିଲ୍‌ କରିଥିଲେ

ଓଏଲ ବ୍ୟୁରୋ: ଗତକାଲିଠୁ ଶିମିଳିପାଳରେ ପୁଲିସ ପାଟ୍ରୋଲିଂ ଆରମ୍ଭ ହୋଇଛି। ୧୬ଟି ରେଞ୍ଜ୍‌ରେ ୩୦ ପୁଲିସ କର୍ମଚାରୀଙ୍କ ପାଟ୍ରୋଲିଂ। ଶିମିଳିପାଳ ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ ହୋଇଛି। ଚଳିତମାସ ଶେଷ ସୁଦ୍ଧା ଆତ୍ମସମର୍ପଣ ପାଇଁ ଶିକାରୀଙ୍କୁ ଚେତାବନୀ ଦିଆଯାଇଛି।

ଖବର ଅନୁସାରେ, ଆଗକୁ ଶିମିଳିପାଳରେ ଆଉ ୩ ପ୍ଲାଟୁନ ପୁଲିସ ପାଟ୍ରୋଲିଂ କରିବେ। ୬ ଶହ ଠିକା ବନ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ପରେ ଏନେଇ ପଦକ୍ଷେପ ନିଆଯାଇଛି। ଘଟଣା ସମ୍ପର୍କରେ ମୟୂରଭଞ୍ଜ ଏସ୍‌ପିଙ୍କୁ ସହାୟତା ମାଗିଥିଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।

ଏହା ସହ ବନ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ପିସିସିଏଫ୍‌ ଅପିଲ୍‌ କରିଥିଲେ। ବନ କର୍ମଚାରୀଙ୍କ ଦାବି ସଂପର୍କରେ ଆଲୋଚନା ଚାଲିଥିବାବେଳେ ସେମାନଙ୍କୁ ୮ ତାରିଖ ଯାଏଁ ସମୟ ଦିଆଯାଇଛି। ତେଣୁ ଆନ୍ଦୋଳନରୁ ଓହରିବାକୁ ପିସିସିଏଫ୍‌ ଅପିଲ୍‌ କରିଥିଲେ।

ପିସିସିଏଫ୍‌ ଆହୁରି ମଧ୍ୟ କହିଛନ୍ତି, କିଛି କିଛି ସ୍ଥାନରେ ପଶୁଙ୍କ ଆକ୍ରମଣରେ ମୃତାହତ ଖବର ଆସୁଛି। ଏଭଳି ସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛୁ। ଡ୍ୟୁଟିରେ ଥାଇ ପାଟ୍ରୋଲିଂ ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛୁ। ବର୍ତ୍ତମାନ ବି ପାଟ୍ରୋଲିଂ ଚାଲିଛି। ଏହି କାର୍ଯ୍ୟରେ ପୁଲିସ ଓ ରେଞ୍ଜର ନିୟୋଜିତ ଅଛନ୍ତି। ଆବଶ୍ୟକ ହେଲେ ପାଟ୍ରୋଲିଂରେ ଆହୁରି ପୁଲିସ ନିୟୋଜିତ କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।

Leave A Reply

Your email address will not be published.