Odisha Link
Bridging the Missing Links in Odisha

‘ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି’

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଏବେ ଜାତୀୟ ରାଜନୀତିରେ ଦୁଇଟି ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗୋଟିଏ ହେଲା ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିରୋଧୀଙ୍କ ମେଳି ଓ ଅନ୍ୟଟି ମହରାଷ୍ଟ୍ର ରାଜନୀତିର ମହାଭାରତ। ମହାରାଷ୍ଟ୍ରରେ ଶାସନାଧିନ ଥିବା ଶିବସେନା-ବିଜେପିର ମେଣ୍ଟ ସରକାରରେ ଅଜିତ ପାଓ୍ବାରଙ୍କୁ ବିଜେପି ସାମିଲ କରି ବିରୋଧୀଙ୍କୁ ଚେକମେଟ୍‌ କରିଛି। ସବୁଠୁ ବଡ଼କଥା ହେଲା ବିଜେପି ଅଜିତ ପାଓ୍ବାରଙ୍କୁ ମେଣ୍ଟରେ ସାମିଲ କରି ପୁରୁଣା ପ୍ରତିଶୋଧ ନେବାରେ ସଫଳ ହେବା ସହିତ ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫର୍ଣ୍ଣାଡିସ୍‌ ଦବଦବା ଜାହିର କରିଛନ୍ତି।

ଅନ୍ୟପଟେ, ମହାରାଷ୍ଟ୍ରର ରାଜନୈତିକ ଚର୍ଚ୍ଚା ପ୍ରଭାବ ଓଡ଼ିଶାରେ ପଡ଼ିବା ନେଇ ତାରା ପ୍ରସାଦ ବାହୀନିଙ୍କ ମନ୍ତବ୍ୟ। ତାରା ପ୍ରସାଦ ବାହୀନି କହିଛନ୍ତି, ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି। କେନ୍ଦ୍ର ବିଜେପି ଯାହା କହିବ ବିଜେଡି ତାହା କରିବ। ଏଠି ଯେପରି ଅସନ୍ତୋଷ କୁହୁଳୁଛି, ବିଜେପି ଚାହିଁଲେ ଭାଗ କରିଦେବ। ଅମିତ ଶାହାଙ୍କ କଥା ନ ମାନିଲେ ଓଡ଼ିଶାରେ ବିଜେପି ଭାଗ କରିଦେବ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କଲେ ଆପେ ବିଜେଡି ଭାଗହେବ ବୋଲି ତାରା ପ୍ରସାଦ ବାହୀନି କହିଛନ୍ତି।