ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ବାବା ଧବଳେଶ୍ୱରଙ୍କ ଦର୍ଶନ, ସଂଯୋଗ ହେଲା କଂକ୍ରିଟ ସେତୁ
ପ୍ରଶାସନର ପ୍ରଚେଷ୍ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେଲା ବାବା ଧବଳେଶ୍ୱରଙ୍କ ଦର୍ଶନ
ଓଏଲ୍ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଯାଇଥିଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଭକ୍ତମାନେ ଯାଉଥିଲେ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ପ୍ରଶାସନର ପ୍ରଚେଷ୍ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେଲା ବାବା ଧବଳେଶ୍ୱରଙ୍କ ଦର୍ଶନ।
କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ ସଂଯୋଗ କରାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ଏକ ପ୍ରକାର ହୋଇଯାଇଛି। ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା।
ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ମହାନଦୀରେ ପାଣି ବଢ଼ିବାରୁ ଧୋଇଯିବାରୁ ଶ୍ରଦ୍ଧାଳୁଙ୍କ ଚିନ୍ତା ବଢିଥିଲା। ବର୍ତମାନ କଂକ୍ରିଟ ସେତୁ ସଂଯୋଗ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଗମନାଗମନ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।