Odisha Link
Bridging the Missing Links in Odisha

‘ଡିଏନ୍‌ ହୋମ୍ସ’ରେ ଆଇଟି ରେଡ୍‌, ୩୦ କୋଟି ନଗଦ ଟଙ୍କା ଜବତ

ଓଏଲ୍ ବ୍ୟୁରୋ: ଆୟକର ବିଭାଗ ପକ୍ଷରୁ ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍। ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ୍‌ ହୋମ୍ସ’ ଉପରେ ଆଇଟି ରେଡ୍‌ କରାଯାଇଛି। ଡିଏନ୍ ହୋମ୍ସ ପ୍ରା.ଲି. ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ରେଡ୍ ଚାଲିଛି।

ପୋଷ୍ଟାଲ କଲୋନୀ, ୟୁନିଟ୍-୪ରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଆଇଟି ବିଭାଗର ୭ଜଣିଆ ଟିମ ସାମିଲ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦କୋଟି ନଗଦ ଟଙ୍କା ଜବତ କରାଯାଇଛି। ରେଡ୍ ବେଳେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରାଯାଇଛି। ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀଙ୍କ ଘରେ ବି ରେଡ୍‌ କରାଯାଇଛି।

Leave A Reply

Your email address will not be published.