ଥାନା ସାମ୍ନା ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ
ଗତକାଲି ସେ ଥାନାକୁ ଆସିଥିଲେ
ଓଏଲ୍ ବ୍ୟୁରୋ: ଥାନା ସାମ୍ନା ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପାଖରେ ଥିବା ପୋଖରୀରେ ଘଟିଛି। ମୃତ କନେଷ୍ଟବଳ ଜଣଙ୍କ ହେଉଛନ୍ତି ପ୍ରଦୀପ ନାୟକ। ତାଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ପରିବାର ସହ ରହୁଥିଲେ। ପ୍ରଦୀପ ନାୟକ ୫ଦିନ ହେବ ଛୁଟିରେ ଘରକୁ ଯାଇଥିଲେ, ଗତକାଲି ସେ ଥାନାକୁ ଆସିଥିଲେ। ତେବେ କେଉଁ ପରିସ୍ଥିତିରେ ପ୍ରଦୀପଙ୍କ ମୃତ୍ୟୁ ହୋଇଛି, ଏନେଇ ନନ୍ଦିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।