Odisha Link
Bridging the Missing Links in Odisha

ନଦୀ କୂଳରେ ପଡ଼ି ରହିଛି ଗଦା ଗଦା ମଲା ମାଛ, କେଉଁଠୁ ଆସିଲା ତାହାର କାରଣ ଅସ୍ପଷ୍ଟ

ଓଏଲ୍ ବ୍ୟୁରୋ: ନଦୀରେ ମଲା ମାଛ ଭାସୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଥିବା କୁହାଯାଉଛି। ଏହି ମାଛ ଗୁଡ଼ିକ ସମୁଦ୍ର ମାଛ ହୋଇଥିବା ବେଳେ ପୂର୍ବରୁ ଏହାକୁ ସମୁଦ୍ରରୁ ହିଁ ଧରାଯାଇଥିଲା। କିନ୍ତୁ ମାଛ ବିକ୍ରି ନ ହେବାରୁ ନଦୀ ନିକଟରେ ଫିଙ୍ଗି ଦିଆଯାଇଥିବା କୁହାଯାଉଛି। ତେବେ କେଉଁମାନେ ଏଭଳି ନଦୀ ନିକଟରେ ମାଛକୁ ପକାଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ନଦୀ କୂଳରେ ମଲା ମାଛ ପଡିରହିଥିବାରୁ ବାହୁଦା ନଦୀର ପାଣି ଓ ସମୁଦ୍ର ପାଣି ଦୂଷିତ ହେବାର ଆଶଙ୍କା ରହିଛି। ତେବେ ଏତେ ପରିମାଣର ମଲା ମାଛ କେଉଁଠୁ ଆସିଲା ଏବଂ କାହିଁକି ଭାସୁଛି ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ।