ବୁର୍ଲା ଭିସୁଟ୍ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ: କ୍ୟାମ୍ପସ ଭିତରକୁ ଛାତ୍ରଛାତ୍ରୀ ଆଣିପାରିବେନି ବାଇକ୍
ଓଏଲ୍ ବ୍ୟୁରୋ: ଭିସୁଟ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି ହୋଇଛି। ବୁର୍ଲା ଭିସୁଟ କ୍ୟାମ୍ପସକୁ ଛାତ୍ରଛାତ୍ରୀଙ୍କୁ ବାଇକ୍ ଅବରୋଧ କରାଯାଇଛି। ହଷ୍ଟେଲରେ ରହୁଥିଲେ ବି ଛାତ୍ରଛାତ୍ରୀ ବାଇକ୍ ରଖିପାରିବେନି ଘୋଷଣା ହୋଇଛି। ବାଇକ୍ ଆଣିଲେ ଅଭିଭାବକ ଅଣ୍ଡରଟେକିଂ ଦେବେ ବୋଲି ନୋଟିସରେ ଉଲ୍ଲେଖ ହୋଇଛି। ଛାତ୍ରଛାତ୍ରୀ କ୍ୟାମ୍ପସକୁ ସାଇକେଲରେ ଆସିବେ। ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍ ଅନୁସାରେ ଯଦି କୌଣସି ଛାତ୍ରଛାତ୍ରୀ ନିୟମ ନମାନିବେ, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି।
ଖବର ଅନୁସାରେ, ବୁର୍ଲା ଭୀମସାରରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣା ପଡିଥିଲା। ଭୀମସାର ଏବଂ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ‘ୟୁଫୋରିଆ’ ଚାଲୁଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏନେଇ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠନ କରାଯାଇଛି। ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବସ୍ ଭିତରେ ଥିବା ଏକ ଛାତ୍ର ଗୋଷ୍ଠୀକୁ ଫାୟାର ଏକ୍ସଟିଂଗୁଇସର୍ ମାଡ଼ ମାରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଉଭୟ ପକ୍ଷ ମୁହାଁମୁହିଁରେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଥିଲା।