ସମ୍ବଲପୁର ଗସ୍ତରେ ୫-ଟି ସଚିବ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି
ଓଏଲ୍ ବ୍ୟୁରୋ: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ କୁଚିଣ୍ଡା ମୁକୁନ୍ଦି ସଭାସ୍ଥଳରେ ଉପସ୍ଥିତ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହା ସହ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସନ୍ତା ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି।
ସେହିଭଳି ୨୪ ଘଣ୍ଟା ମଧ୍ୟରେ ପାନୀୟଜଳ ସମସ୍ୟାର ସମାଧାନ କରାଯିବା ସହ ସାତ ଦିନ ମଧ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ସମସ୍ତ ସମସ୍ୟାର ସମାଧାନ ଏକ ମାସ ମଧ୍ୟରେ କରାଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି।