ମାତିଛନ୍ତି ସାଇବର ଲୁଟେରା, ଅନଲାଇନ୍ ପେମେଣ୍ଟକୁ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି
ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।
‘ଆପଣଙ୍କ ନାଁରେ ପାର୍ସଲ ଆସିଛି, ପାର୍ସଲରେ ମୂଲ୍ୟବାନ ଜିନିଷ ଅଛି। କୌଣସି କଷ୍ଟମ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଅନଲାଇନ ପେମେଣ୍ଟ କଲେ, ଜିନିଷକୁ ଆପଣଙ୍କ ଠିକଣାରେ ପହଞ୍ଚାଇଦେବୁ।’ ଯଦି ଆପଣଙ୍କ ପାଖକୁ ଏଭଳି ସୂଚନା ଆସୁଛି, ତେବେ ତୁରନ୍ତ ପୁଲିସ ସହ ଯୋଗା ଯୋଗ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସାବଧାନ!
ସାଇବର ଠକଙ୍କ ନୂଆ ତରିକା Iଆପଣଙ୍କ ନାଁରେ ପାର୍ସଲ ଆସିଛି, ପାର୍ସଲରେ ମୂଲ୍ୟବାନ ଜିନିଷ ଅଛି । କୌଣସି କଷ୍ଟମ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଅନଲାଇନ ପେମେଣ୍ଟ କଲେ, ଜିନିଷକୁ ଆପଣଙ୍କ ଠିକଣାରେ ପହଞ୍ଚାଇଦେବୁ । ଯଦି ଆପଣଙ୍କ ପାଖକୁ ଏଭଳି ଆସୁଛି , ତେବେ ତୁରନ୍ତ ପୁଲିସ ସହ ଯୋଗା ଯୋଗ କରନ୍ତୁ । pic.twitter.com/1y4clbqQSO
— Odisha Police (@odisha_police) July 19, 2023