Odisha Link
Bridging the Missing Links in Odisha

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ସାବଧାନ, ଆଜିଠୁ ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ

 ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ସାବଧାନ ରୁହନ୍ତୁ।

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ସାବଧାନ ରୁହନ୍ତୁ। ଆଜିଠୁ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଯାଇଅଛି। ସ୍ପେଶାଲ ଡ୍ରାଇଭରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଓ ବସର ଯାଞ୍ଚ କରାଯିବ। ମୋଟର ଯାନ ଆଇନ ଅନୁଯାୟୀ ଏହି ଆକ୍ସନ ନିଆଯିବ।

ସୂଚନା ଥାଉକି, ସାଧାରଣତଃ ବର୍ତ୍ତମାନ ସମସ୍ତେ ଗାଡି ଚଳାଇବାକୁ ଭଲ ପାଉଥିବାବେଳେ ପୂର୍ବାପେକ୍ଷା ପ୍ରତି ଘରେ ଗାଡି ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖାଲି ସେତିକି ନୁହେଁ, ଗାଡି ସଂଖ୍ୟା ତୁଳନାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗାଡି ଚଳାଉଥିବା ଗାଡି ଚାଳକଙ୍କ ପାଇଁ ଏକ ସ୍ଥିର ବୟସସୀମା ଥିଲେ ମଧ୍ୟ ବୟସ ଆଗରୁ ଅର୍ଥାତ ଛୋଟ ପିଲା ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି।

ଅନେକ ସ୍ଥାନରେ ବିଦ୍ୟାଳୟକୁ ମଧ୍ୟ ସ୍କୁଲ ପିଲା ଗାଡି ନେଇ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ବେଆଇନ ଗାଡି ଚଳାଇବା ବ୍ୟକ୍ତିଙ୍କୁ ରୋକିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ପେଶାଲ ଡ୍ରାଇଭରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.