ଆଜିଠୁ ୨ ଦିନିଆ ନୟାଗଡ଼ ଗସ୍ତରେ ୫-ଟି ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ଓଏଲ୍ ବ୍ୟୁରୋ: ଆଜିଠୁ ଦୁଇଦିନିଆ ନୟାଗଡ଼ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ। ୫-ଟି ସଚିବ ସକାଳୁ ରଣପୁର ପହଞ୍ଚି ତଳ ମଣିନାଗ ଓ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ୫ଟି ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବାବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ। ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ବ୍ୟବସ୍ତା ରହିଛି। ଏହା ସହ ବାଘ ସାମନ୍ତ ମିନି ଷ୍ଟାଡିୟମ ଠାରେ ଜନଅଭିଯୋଗ ଶୁଣାଣୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସକାଳୁ ରଣପୁର ପହଞ୍ଚି ତଳ ମଣିନାଗ ଓ ଜଗନ୍ନାଥଙ୍କ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରିକରଣ ନେଇ ୫-ଟି ସଚିବ ଆଲୋଚନା କରିଛନ୍ତି। ରଣପୁର ମେଡିକାଲର ଉନ୍ନତିକରଣ ପାଇଁ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସମୀକ୍ଷା ଓ ଆଲୋଚନା କରିଛନ୍ତି। ରଣପୁର ମେଡିକାଲର ଉନ୍ନତିକରଣ ପାଇଁ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସମୀକ୍ଷା ଓ ଆଲୋଚନା କରିବା ପରେ ଉନ୍ନତିକରଣ ନେଇ ପ୍ରତିଶୃତି ଦେଇଛନ୍ତି।