Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲରେ କାଟିବେ ଦିନ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ବର୍ତମାନ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳିଙ୍କ ପକ୍ଷରୁ ଦିଆଯାଇଥିବା ମାମଲାରେ ଜାମିନ ମିଳିଲା। କିନ୍ତୁ ଇଡିର ମାମଲା ଥିବାରୁ ସେ ଜେଲରୁ ବାହାରି ପାରିବେ ନାହିଁ।

ଖବର ଅନୁସାରେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅର୍ଚ୍ଚନାଙ୍କୁ ସର୍ତମୂଳକ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।

Leave A Reply

Your email address will not be published.