Odisha Link
Bridging the Missing Links in Odisha

ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପଡ଼ିଲା ବଡ଼ ପଥର, ଅଳ୍ପକେ ବର୍ତ୍ତିଲେ ରେଳ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ପୁଣି ଏକ ରେଳ ଯାତ୍ରା ସମୟରେ ଅଘଟଣ ଖବର ସାମ୍ନାକୁ ଆସିଛି। ଏହି ସମୟରେ ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ବଡ଼ ପଥର ପଡିଥିବା ଜଣା ପଡିଛି। ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାବେଳେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବା ଜଣା ପଡିଛି।