ମା’ ଭଟ୍ଟାରିକା ମନ୍ଦିରରୁ କମିଲା ବନ୍ୟା ପାଣି, ମନ୍ଦିରକୁ ପ୍ରବେଶ କଲେ ଅଧିଷ୍ଠାତ୍ରୀ ଦେବୀ

ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିିିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅଧିକ ଉଚ୍ଚ ସ୍ଥାନରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।
ମହାନଦୀର ଜଳସ୍ତର କମିଯିବା ପରେ କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରକୁ ପ୍ରବେଶ କରିଛନ୍ତି। ମନ୍ଦିର ପ୍ରବେଶ ପରେ ମାଆଙ୍କର ପ୍ରଥମ ଆଳତୀ ସହିତ ଭୋଗ ଲାଗି କରାଯାଇଛି।
ସୂଚନା ଅନୁସାରେ, ଭଟ୍ଟାରିକା ଓ ସିଂହନାଥଙ୍କ ପୀଠରେ ଲାଗିଲା ୧୪୪ ଧାରା ଜାରି କରାଯାଇଥିଲା। ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପାଣି ପଶିବାରୁ କଟକଣା ଲାଗୁ କରାଯାଇଥିଲା। ସମ୍ଭାବ୍ୟ ସ୍ଥିତିକୁ ଦେଖି ବଡ଼ମ୍ବା ତହସିଲଦାର ୧୪୪ ଜାରି କରାଯାଇଥିଲା।