ଏଏସ୍ଓ ପରୀକ୍ଷା ମାମଲା: ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ମେ’ ୧୯ ରାୟକୁ ପାଳନ କରାଯାଇ ନଥିବାରୁ ଅବମାନନା ମାମଲା ହୋଇଥିଲା। ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ। ତେବେ ଏହି ମାମଲାର ଖୁବଶୀଘ୍ର ସମାଧାନ ସାମ୍ନାକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।