ଖଣି ମାଫିଆଙ୍କ ବର୍ବରକାଣ୍ଡ: ବେଆଇନ ଖଣି ଖନନ ଅଟକ ସମୟରେ ଆରଆଇଙ୍କୁ ଆକ୍ରମଣ

ଓଏଲ୍ ବ୍ୟୁରୋ: ବେଆଇନ ଖଣି ଖନନ ଅଟକ ବେଳେ ଖଣି ମାଫିଆଙ୍କ ବର୍ବରକାଣ୍ଡ। ଖଣି ମାଫିଆ ମାଡ଼ ମାରି ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଥିବା ଜଣା ପଡିଛି। ଉଦଳା ଖୁଣ୍ଟା ତହସିଲ ବଡ଼ପଥରା ଆରଆଇ ଦୟାନିଧି ରାଉତଙ୍କୁ ଆକ୍ରମଣ ହୋଇଥିବା ଜଣା ପଡିଛି। ସୁବର୍ଣ୍ଣମଞ୍ଜରୀ ଖାଦାନକୁ ଚଢାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଡୁକୁରା ମେଡିକାଲରେ ଚିକିତ୍ସା ପରେ ଥାନାରେ ଆରଆଇ ଅଭିଯୋଗ କରିଛନ୍ତି। ସୁବର୍ଣ୍ଣମଞ୍ଜରୀ ଖାଦାନରେ ୧୪୪ ପରେ ବି ଖନନ ଚାଲିଥିଲା।