Odisha Link
Bridging the Missing Links in Odisha

ବିଏସ୍ଏଫ୍ ଯବାନଙ୍କୁ ସଫଳତା: ଉଦ୍ଧାର ହେଲା ପାକିସ୍ତାନୀ ଡ୍ରୋନ୍

ଓଏଲ୍ ବ୍ୟୁରୋ: ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିଥିଲା। ବିଏସ୍ଏଫ୍ ସୈନ୍ୟ ଏବଂ ପଞ୍ଜାବ ପୁଲିସର ମିଳିତ ଉଦ୍ୟମରେ ଏହି ପାକିସ୍ତାନୀ ଡ୍ରୋନକୁ ଅଟକାଇ ଥିଲେ। ପରେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଉଦ୍ଧାର ହୋଇଥିବା ଡ୍ରୋନକୁ ନେଇ ମଧ୍ୟ ବିଏସ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁସାରେ, ଗତ ଫେବୃଆରୀ ମାସରେ ଭାରତ ଆକାଶରେ ଦେଖିବାକୁ ମିଳିଥିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇଥିଲେ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଥିଲା। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।