Odisha Link
Bridging the Missing Links in Odisha

ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା: ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ହୋଟେଲରେ ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଛି। ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଛି। କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ଶୁଭଲକ୍ଷ୍ମୀଙ୍କ ଦେହରେ କୌଣସି ବାହ୍ୟ ଦାଗ ନଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ମୃତ ଶୁଭଲକ୍ଷ୍ମୀଙ୍କ ବେକରେ ଥିବା ଦାଗ ମୃତ୍ୟୁ ପରର ହୋଇଥିବା କୁହାଯାଉଥିବାବେଳେ ଶ୍ବାସରୁଦ୍ଧରୁ ମୃତ୍ୟୁ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.