Odisha Link
Bridging the Missing Links in Odisha

ସଂସଦର ମୌସୁମୀ ଅଧିବେଶନ: ରାଜ୍ୟସଭାରୁ ନିଲମ୍ବିତ ହେଲେ ଜଣେ ଟିଏମସି ସାଂସଦ

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦର ଆରମ୍ଭରୁ ଗୃହ ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ରାଜ୍ୟସଭାରୁ ଜଣେ ଟିଏମସି ସାଂସଦ ନିଲମ୍ବିତ ହୋଇଥିବା ଜଣା ପଡିଛି।

ସଂସଦ ଅଧିବେଶନର ବଳକା ସମୟ ପାଇଁ ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ନିଲମ୍ବିତ ହୋଇଛନ୍ତି। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ତାଙ୍କର ଅନିୟମିତ ଆଚରଣ ଏବଂ ଚେୟାରର ଅଧିକାରଙ୍କୁ ଅବମାନନା କରି ବର୍ତ୍ତମାନର ଅଧିବେଶନର ବଳକା ସମୟ ପାଇଁ ନିଲମ୍ବିତ ହୋଇଛନ୍ତି।

Leave A Reply

Your email address will not be published.