Odisha Link
Bridging the Missing Links in Odisha

ବାଦବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଓଏଲ୍‌ ବ୍ୟୁରୋ: ଅନେକ ବାଦବିବାଦ ପରେ ଆଜି ଶ୍ରୀଜିଉଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ବନକଲାଗି ହୁଏ। ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର କରାଯାଇପାରିବ। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ଗୁରୁବାର ହୋଇପାରିବ। ଯଦି ଗୁରୁବାର ହୁଏ ସେ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଥିଲେ।