ବେଆଇନ ସାପ ଧରାଳିଙ୍କ ଉପରେ ଲାଗିବ ରୋକ, ଗାଇଡଲାଇନ ଜାରି କଲା ବନବିଭାଗ
ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ ଗାଇଡଲାଇନ ଜାରି କରାଯାଇଛି।

ଓଏଲ୍ ବ୍ୟୁରୋ: ଅମାନିଆ ସାପ ଧରାଳିଙ୍କୁ ସାବାଡ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନିୟମ ବିନା ସାପ ଧରୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯିବ। ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ କେବଳ ସାପ ଧରିପାରିବେ ବୋଲି ନିୟମ ଜାରି ହୋଇଛି। ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ ଗାଇଡଲାଇନ ଜାରି କରାଯାଇଛି। କେବଳ ସ୍ବୀକୃତପ୍ରାପ୍ତ ସାପଧରାଳି ସାପ ଧରିବେ। ସବୁ ସାପଧରାଳି ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି। ବେଆଇନ ସାପ ଧରୁଥିବା ବ୍ୟକ୍ତି ଏହି ଗାଇଡଲାଇନ ଦ୍ୱାରା ଦଣ୍ଡିତ ହେବେ ବୋଲି କୁହାଯାଉଛି।