Odisha Link
Bridging the Missing Links in Odisha

ପାଖେଇ ଆସୁଛି ନିର୍ବାଚନ: ୨ଟି ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ୨ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହେଲା ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି।

ମଧ୍ୟପ୍ରଦେଶର ମୋଟ ୨୩୦ରୁ ୩୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଗତକାଲିର ସିଇସି ମିଟିଂରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରେସ ରିଲିଜ୍ ଜରିଆରେ ସା.ସଂପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.