Odisha Link
Bridging the Missing Links in Odisha

ନାବାଳିକା ମୃତ୍ୟୁ ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ମାମଲାରେ ରାଜ୍ୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହା ସହ ରାଜ୍ୟ ମହିଳା କମିଶନ ଏସପିଙ୍କୁ ଜବାବ ମାଗିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷା କହିଛନ୍ତି।

ସୂଚନା ଅନୁସାରେ, ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ମୃତ୍ୟର କାରଣ ସନ୍ଦେହ ଘେରରେ ରହିଛି। ଏହି ମାମଲାରେ ଜଗତସିଂହପୁର ଛେଳିଆଗଡ ଗାଁରେ ତଦନ୍ତକାରୀ ଟିମ୍ ପହଂଚିଛନ୍ତି। ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ଖେଳ ସାରଙ୍କ ଘରେ ପହଂଚିଛନ୍ତି।