Odisha Link
Bridging the Missing Links in Odisha

ଭିଜିଲାନ୍ସ ରେଡ୍: ରାୟଗଡ଼ା ଡିଏଫ୍ଓଙ୍କ ଅମାପ ସମ୍ପତ୍ତି ଠାବ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ କରାଯାଇଛି। କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ ଠାବ ହୋଇଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁରରେ ୮ଟି ପ୍ଲଟ ଥିବା ସନ୍ଧାନ ମିଳିଛି।

ସୂଚନା ଅନୁସାରେ, ରାୟଗଡ଼ାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନରେ ରେଡ୍ କରାଯାଇଛି। ଯାଜପୁରର ଦାନଗଦୀ ନିକଟ ଦାମୋଦରପୁର ପୈତୃକ ଘରେ ଚଢ଼ାଉ ହୋଇଛି। ଏହା ସହ ଜଣେ ସଂପର୍କୀୟଙ୍କ କଟକରେ ଥିବା ୨ଟି ଘରେ ଚଢ଼ାଉ କରାଯାଇଛି। ଡିଏଫ୍ଓଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଡିଏଫ୍ଓଙ୍କଙ୍କ ଘରୁ ନଗଦ ୧. ୨୪ ଲକ୍ଷ ଟଙ୍କା ଜବତ କରିବା ସହ ଗୋଟିଏ କାର୍ ଓ ୨ଟି ବାଇକ ଜବତ ହୋଇଛି।

Leave A Reply

Your email address will not be published.