ଆଜିଠୁ ଗଞ୍ଜାମ ଗସ୍ତରେ ଯିବେ ୫-ଟି ସଚିବ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା
ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତ କରିବେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ଗଞ୍ଜାମର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିକାଶର ନକ୍ସା ପ୍ରସ୍ତୁତ କରିବେ।
ସୂଚନା ଅନୁସାରେ, ଖୋର୍ଦ୍ଧା ବେଗୁନିଆ ମିନି ଷ୍ଟାଡିୟମରେ ୫-ଟି ସଚିବ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଅଭିଯୋଗ ପତ୍ର ସହ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଛନ୍ତି। ଏହା ସହ ଚାଷୀଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି କହିଛନ୍ତି। ଏହା ପାଣି ଓ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।