Odisha Link
Bridging the Missing Links in Odisha

ସୌରୀନଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ବଲିଉଡ୍ ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସୌରୀନଙ୍କୁ ଠାବ ପାଇଁ ଟିମ୍‌ ଗଠିତ ହୋଇଥିଲା। ଏହି ମାମଲାରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ କରିଛନ୍ତି।

ସୂଚନା ଅନୁସାରେ, ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା ହୋଇଥିଲା। କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ବଢ଼ିଥିଲା ସୌରୀନଙ୍କ ଅଡୁଆ। ସୌରିନଙ୍କ ନାମରେ ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଥିଲା।