ଚନ୍ଦ୍ରଯାନ-୩: ରୋଭର ପ୍ରଜ୍ଞାନ୍କୁ ନେଇ ସାମ୍ନାକୁ ଆସିଲା ଏକ ବଡ଼ ତଥ୍ୟ
ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍ କରିଛି।
ଓଏଲ୍ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍ କରିଛି।
Chandrayaan-3 Mission:
On August 27, 2023, the Rover came across a 4-meter diameter crater positioned 3 meters ahead of its location.
The Rover was commanded to retrace the path.It's now safely heading on a new path.#Chandrayaan_3#Ch3 pic.twitter.com/QfOmqDYvSF
— ISRO (@isro) August 28, 2023
ଲ୍ୟାଣ୍ଡରରୁ ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୁରି ବୁଲୁଛି। ଚନ୍ଦ୍ର ପୃଷ୍ଠରେ ଚାଲିବା ବେଳେ ଗାତରେ ପଡ଼ିଥାନ୍ତା ରୋଭର ପ୍ରଜ୍ଞାନ୍। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତରେ ପଡ଼ିଥାନ୍ତା। ତେବେ ରାସ୍ତାରେ ପଡୁଥିବା ଗାତକୁ ଚିହ୍ନି ପାରି ବାଟ ବଦଳାଇ ରୋଭର ପ୍ରଜ୍ଞାନ୍ ପୁଣି ଆଗକୁ ବଢ଼ିଥିଲା।