ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ସେବାୟତଙ୍କ ବିବାଦରୁ ନୀତିରେ ବଡ଼ ବିଭ୍ରାଟ

ଓଏଲ୍ ବ୍ୟୁରୋ: ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ ହୋଇଥିବା ଜଣା ପଡିଛି। ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି।
ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଏହି ବିବାଦ ଲାଗି ରହିଛି। ହେଲେ ଏହାର ସମାଧାନ ହୋଇପାରୁ ନାହିଁ। ସେବାୟତ ଗୋଷ୍ଠୀଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଯୋଗୁଁ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି।