ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩
ଓଏଲ୍ ବ୍ୟୁରୋ: ଗୁରୁଦିବସ ପୂର୍ବରୁ ଓଡ଼ିଶା ପାଇଁ ଓଡ଼ିଶାର ଦୁଇ ଶିକ୍ଷକ ଗୌରବ ଆଣିଦେଇଛନ୍ତି। ଅଭିନବ ଉପାୟରେ ଶିକ୍ଷାଦାନରେ ଉତ୍କର୍ଷତା ହାସଲ ସହ ଓ ସ୍କୁଲ୍ ଡ୍ରପ୍ ଆଉଟ ହ୍ରାସ କରିବାରେ ସହାୟକ ହୋଇଥିବାରୁ ଦୁଇ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩।
Celebrating the educators who inspire minds and ignite a passion for learning! Heartiest congratulations to Sri Sashi Sekhar Kar Sharma and Sri Subash Chandra Rout for becoming the proud recipients of the National Teachers Award, 2023. pic.twitter.com/d8zEGkzto4
— EducationOdisha (@SMEOdisha) August 28, 2023
ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ। ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ। ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି।
ଆସନ୍ତାମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୫୦ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ। ଓଡିଶାରୁ ଦୁଇ ଯୋଗ୍ୟ ବିବେଜିତ ହୋଇଥିବା ଶିକ୍ଷକଙ୍କୁ ଓଡିଶା ଶିକ୍ଷା ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।