Odisha Link
Bridging the Missing Links in Odisha

ପାରାଦୀପରୁ ସନ୍ଦିଗ୍ଧ ଯୁବକ ଠାବ ଘଟଣା: ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ

ଓଏଲ୍ ବ୍ୟୁରୋ: ପାରାଦୀପରୁ ସନ୍ଦିଗ୍ଧ ଯୁବକ ମିଳିବା ଘଟଣା ଜୋର୍ ଚର୍ଚ୍ଚା ଧରିଥିବାବେଳେ ପୁଲିସ ଏନେଇ ସୂଚନା ଦେଇଛି। ପାରାଦୀପରୁ ସନ୍ଦିଗ୍ଧ ଯୁବକ ମିଳିବା ଘଟଣାରେ ଅଠରବାଙ୍କୀରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯୁବକ ମାନସିକ ଵିକାରଗ୍ରସ୍ତ ଥିବା ପୁଲିସ ସୂଚନା ଦେଇଛି।

ସ୍ବାସ୍ଥ୍ୟ ପରୀକ୍ଷା ପରେ ଯୁବକଙ୍କୁ ମେରାଇନ ଥାନା ଅଣାଯାଇଛି। ଥାନାରେ ଯୁବକଙ୍କୁ ୨ଘଣ୍ଟାରୁ ଅଧିକ ସମୟ ଜେରା ପରେ ନିଜ ନାଁ କୁଶ ତିର୍କୀ ଓ ଘର ଝାଡ଼ଖଣ୍ଡ ବୋଲି ପାରାଦୀପରୁ ମିଳିଥିବା ଯୁବକ କହିଛି।