ଚନ୍ଦ୍ରଯାନ-୩: ରୋଭର ପ୍ରଜ୍ଞାନ୍କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ବଡ଼ ତଥ୍ୟ!
ଓଏଲ୍ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍ କରିଛି।
ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୁରି ବୁଲୁଛି। ଚନ୍ଦ୍ରପୃଷ୍ଠରେ ପ୍ରାୟ ୧୦୦ ମିଟର ବୁଲିଲାଣି ରୋଭର ପ୍ରଜ୍ଞାନ। ରୋଭର ୧୦୦ ମିଟର ବୁଲିଥିବା ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଲ୍ୟାଣ୍ଡର ଏବଂ ରୋଭର ବହୁତ ଭଲ ଭାବେ କାମ କରୁଛନ୍ତି। ଉଭୟଙ୍କଠାରୁ ନୂଆ ନୂଆ ତଥ୍ୟ ମିଳୁଛି, ଆମ ଟିମ୍ ଲାଗିଛନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।