Odisha Link
Bridging the Missing Links in Odisha

ଜଣେ ରୋଗୀଙ୍କୁ ଭୁଲ୍ ରକ୍ତ ଦିଆଯିବା ଘଟଣା: ୪ କର୍ମଚାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: କଟକରେ ରକ୍ତ ଅଦଳବଦଳ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍‌ଙ୍କୁ ନିଲମ୍ବିତ କରାଯାଇଛି। ରକ୍ତଭଣ୍ଡାର ନିର୍ଦ୍ଦେଶକ ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି।

ଖବର ଅନୁସାରେ, ଗତ ୨୯ ତାରିଖରେ ଜଣେ ରୋଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା। ବି ପଜିଟିଭ ପାଉଚ୍‌ରେ ଏ ପଜିଟିଭ ଲେଖା ହୋଇଥିଲା। ଭୁଲ୍‌ ରକ୍ତ ନେବା ପରେ ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାର ଅଭିଯୋଗ କ୍ରମେ ରକ୍ତଭଣ୍ଡାର ନିର୍ଦ୍ଦେଶକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.