ସଚିବ ବଡ଼ ନା ମନ୍ତ୍ରୀ ବଡ଼ ପ୍ରସଙ୍ଗ: ବିରୋଧୀଙ୍କୁ ଜବାବ ଦେଲେ ବରିଷ୍ଠ ବିଜେଡି ନେତା

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟଚମଟ। ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଏନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା। ବିଜେଡି ସଚିବ ବଡ଼ ନା ମନ୍ତ୍ରୀ ବଡ଼ ପ୍ରସଙ୍ଗରେ ମନ୍ତ୍ରୀ ବଡ଼ ବୋଲି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି। ସେ କହିଛନ୍ତି, ସଚିବ ନୁହଁନ୍ତି, ସବୁବେଳେ ମନ୍ତ୍ରୀ ହିଁ ବଡ଼। ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି, ତାର ସତ୍ୟତା ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ଦଳମାନେ ସଚିବଙ୍କୁ ବଡ଼ କହିବା ଗଣତନ୍ତ୍ର ପ୍ରତି ଅପମାନ। ଶାସନର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେଉଛନ୍ତି ୫-ଟି ସଚିବ ତାକୁ ପାଳନ କରୁଛନ୍ତି। ୫-ଟି ସଚିବଙ୍କ ପଛରେ କାହିଁକି ଲାଗିଛନ୍ତି ବିରୋଧୀ, ଦମ୍ ଅଛିତ ଆମ ସହ ଲାଗନ୍ତୁ। ଦମ୍ ଅଛି ତ ଦେବାଶିଷ ସାମନ୍ତରାୟ, ବବି ଦାସ ସହ ଲାଗନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି।