Odisha Link
Bridging the Missing Links in Odisha

ଇସ୍ରୋର ଆଉ ଏକ ସଫଳ ପରୀକ୍ଷଣ, ଲ୍ୟାଣ୍ଡର ‘ବିକ୍ରମ’କୁ ନେଇ ଆସିଲା ନୂଆ ତଥ୍ୟ

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରପୃଷ୍ଠକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ। ଲ୍ୟାଣ୍ଡର ‘ବିକ୍ରମ’କୁ ନେଇ ଇସ୍ରୋର ଆଉ ଏକ ପରୀକ୍ଷଣ ସଫଳ ହୋଇଥିବା ଜଣା ପଡିଛି। ୪୦ ସେ.ମି. ଉପରକୁ ଉଠି ପୁଣି ନିରାପଦରେ ‘ବିକ୍ରମ’ ଚନ୍ଦ୍ରପୃଷ୍ଠ ଛୁଇଁଥିବା ଇସ୍ରୋ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଲ୍ୟାଣ୍ଡରରୁ ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୁରି ବୁଲୁଛି। ‘ବିକ୍ରମ’ ୩୦ରୁ ୪୦ ସେ.ମି. ଦୂରକୁ ଘୁଞ୍ଚି ନିରାପଦରେ ପୃଷ୍ଠ ଛୁଇଁଲା। ଏହି କିକ୍‌ ଷ୍ଟାର୍ଟ ଭବିଷ୍ୟତରେ ଯାନ ଫେରିବା, ହ୍ୟୁମାନ ମିଶନ ପାଇଁ ଆଶା କାରାଯାଉଛି। ପୂର୍ବରୁ ବିକ୍ରମର କାର୍ଯ୍ୟ କରୁଥିବା ସବୁ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ହୋଇଛି।

ଅନ୍ୟପଟେ, ରୋଭର ପ୍ରଜ୍ଞାନ ଦେହରେ ଲାଗିଥିବା ଅନ୍ୟ ଏକ ଯନ୍ତ୍ରାଂଶରୁ ସ୍ପଷ୍ଟ ହୋଇଛି। ସଲ୍‌ଫର୍‌ ଥିବା ସ୍ପଷ୍ଟ କଲା ଆଲ୍‌ଫା ପାର୍ଟିକିଲ୍‌ ଏକ୍ସ-ରେ ସ୍ପେକଟ୍ରୋସ୍କୋପ୍‌। ଏହି ଯନ୍ତ୍ରାଂଶ ଦ୍ୱାରା ସଲ୍‌ଫର୍ କେମିତି ଆସିଲା ଜାଣିବାକୁ ସହଜ ହେବ। ପ୍ରାରମ୍ଭରୁ ଅଛି ନା ଆଗ୍ନେୟ ଉଦ୍‌ଗିରଣରୁ ନା ଗ୍ରହାଣୁ ମାଡ଼ରୁ ସୃଷ୍ଟି, ସ୍ପଷ୍ଟ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.